F ଜୁନ୍‌ ୧୭ ତାରିଖ ଯାଏ ବଢିଲା ଲକ୍‌ଡାଉନ୍‌ ସୂଚନା ଦେଲେ ରାଜ୍ୟ ସରକାର, ଜାଣନ୍ତୁ କଣ ନୂଆ କଟକଣା - Odisha Radio - Daily Odia news update
ଜୁନ୍‌ ୧୭ ତାରିଖ ଯାଏ ବଢିଲା ଲକ୍‌ଡାଉନ୍‌  ସୂଚନା ଦେଲେ ରାଜ୍ୟ ସରକାର,  ଜାଣନ୍ତୁ କଣ ନୂଆ କଟକଣା

ଜୁନ୍‌ ୧୭ ତାରିଖ ଯାଏ ବଢିଲା ଲକ୍‌ଡାଉନ୍‌ ସୂଚନା ଦେଲେ ରାଜ୍ୟ ସରକାର, ଜାଣନ୍ତୁ କଣ ନୂଆ କଟକଣା

ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା କିଛି ମାତ୍ରାରେ କମିଥିଲେ ମଧ୍ୟ ଲକ୍‌ଡାଉନ୍‌ ସମୟ ବଢ଼ିଛି । ଆଉ ଦୁଇ ସପ୍ତାହ ପାଇଁ ଲକ୍‌ଡାଉନ୍‌ ଅବଧିକୁ ବଢ଼ାଇଛନ୍ତି ରାଜ୍ୟ ସରକାର ।


ପୂର୍ବ ଘୋଷଣା ଅନୁସାରେ ଆସନ୍ତାକାଲି ଭୋର ୫ଟାରେ ଚଳିତ ଲକ୍‌ଡାଉନ୍‌ ଅବଧି ଶେଷ ହୋଇଥାନ୍ତା । ତେବେ ମୁଖ୍ୟ ଶାସନ ସଚିବ ଏବେ ସାମ୍ବାଦିକ ସମ୍ମିଳନୀ କରି ଲକ୍‌ଡାଉନ୍‌ ସମୟସୀମା ଆଉ ଦୁଇ ସନ୍ତାହ ବଢ଼ା ଯାଇଥିବା ସୂଚନା ଦେଇଛନ୍ତି । କରୋନା ଦ୍ୱିତୀୟ ଲହରର ଚେନ୍‌ ଭାଙ୍ଗିବା ପାଇଁ ଏହା ଜରୁରୀ ବୋଲି କୁହାଯାଇଛି । ଏହା ସହିତ ପୁଣି ଥରେ ଜନସାଧାରଣଙ୍କୁ କଡ଼ାକଡ଼ି ଭାବେ କରୋନା କଟକଣା ମାନିବା ସହ ସତର୍କ ରହିବାକୁ ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି । 

ଦ୍ୱିତୀୟ ଲକ୍‌ଡାଉନ୍‌ ପରେ ସଂକ୍ରମଣ କମିଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି। ରାଜ୍ୟର ସମସ୍ତ ଜିିଲ୍ଲାରେ ପୂର୍ବ ପରି ସୋମବାରରୁ ଶୁକ୍ରବାର କେବଳ ସକାଳ ୭ଟାରୁ ୧୧ଟା ଯାଏ ଅତ୍ୟାବଶ୍ୟକ ଜିନିଷପତ୍ର କିଣିବା ପାଇଁ ଅନୁମତି ମିଳିବ । ଶନିବାର ଓ ରବିବାର ସପ୍ତାହାନ୍ତ ସଟ୍‌ଡାଉନ ଜାରି ରହିବ । ତେବେ ସଂକ୍ରମଣ କମିଥିବା ତିନିଟି ଜିଲ୍ଲା ନୂଆପଡ଼ା, ଗଜପତି, ସୁନ୍ଦରଗଡ଼ରେ ସକାଳ ୭ଟାରୁ ଅପରାହ୍ନ ଗୋଟାଏ ଦୋକାନ ବଜାର ଖୋଲା ରହିବ । ପରବର୍ତ୍ତୀ ସମୟରେ ଯଦି ଅନ୍ୟ ଜିଲ୍ଲାଗୁଡ଼ିକରେ କରୋନା ସଂକ୍ରମଣ କମେ ତେବେ ସେଠାରେ ମଧ୍ୟ କଟକଣା କୋହଳ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

ତେବେ ଘରେ ରହିଲେ ମଧ୍ୟ କୋଭିଡ୍‌ ନିୟମ ପାଳନ କରି ସଂକ୍ରମଣ କମାଇବାରେ ସହାୟକ ହେବା ପାଇଁ ସେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।

ନୂଆ କଟକଣା କଣ ଜାଣନ୍ତୁ

୧- ଆଉ ୧୬ ଦିନ ଯାଏ ତୃତୀୟ ଲକ୍‌ଡାଉନ୍‌

୨-ସବୁଠାରେ ସକାଳ ୭ଟାରୁ ୧୧ଟା ଯାଏ ସୋମବାରରୁ ଶୁକ୍ରବାର ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ ସମୟ ଧାର୍ଯ୍ୟ ହୋଇଛି ।

୩- ତିନିଟି ଜିଲ୍ଲା ନୂଆପଡ଼ା, ଗଜପତି, ସୁନ୍ଦରଗଡ଼ରେ ସକାଳ ୭ଟାରୁ ଗୋଟାଏ ଦୋକାନ ବଜାର ଖୋଲା ରହିବ ।

୪-ପୂର୍ବ ପରି ଶନିବାର ଓ ରବିବାର ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିବ।

0 Response to "ଜୁନ୍‌ ୧୭ ତାରିଖ ଯାଏ ବଢିଲା ଲକ୍‌ଡାଉନ୍‌ ସୂଚନା ଦେଲେ ରାଜ୍ୟ ସରକାର, ଜାଣନ୍ତୁ କଣ ନୂଆ କଟକଣା"

Post a Comment

Ads on article

Advertise in articles 1

advertising articles 2

Advertise under the article